ଶିଶୁ ବିକାଶ ଯୋଜନା ରେ ବିନା ବିଜ୍ଞାପନ ରେ ସହାୟିକା ” ହେଲପର”ଙ୍କ ପଦୋନ୍ନତି ନେଇ ଦୃଢ଼ ଦାବି
ବାଲିଗୁଡା – ଇ ପି ଏ – କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅଧିନସ୍ଥ ଟିକାବାଲି ସମନ୍ୱିତ ଶିଶୁ ବିକାଶ ଯୋଜନା ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଦରଖାସ୍ତ ଉପରିସ୍ଥ ପ୍ରଶାସନ ଅଧିକାରୀ ମାନଙ୍କ ନିକଟରେ, ସୂଚନା ଯୋଗ୍ୟ ଟିକାବାଲି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟର ବିଜ୍ଞାପନ ସଂଖ୍ୟା ୬୪୧,ତା- ୧୮-୭-୨୦୨୬ ରିଖ ରେ ଚାରୋଟି ଅଙ୍ଗନୱାଡି କେନ୍ଦ୍ର ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଦୁର୍ଭାଗ୍ୟ ଜନକ ପରିସ୍ଥିତିରେ ବୁର୍ବିନାଜୁ ଗ୍ରାମ ପଞ୍ଚାୟତ ଅଧୀନ ବୁର୍ବିନାଜୁ ଅଙ୍ଗନୱାଡି କର୍ମୀ କାର୍ଜାଲି କହଁର ଙ୍କ ପଦୋନ୍ନତି ହୋଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ସିଡିପିଓ ଜଣାଇଥିଲେ କି: ନାହିଁ ସେକଥା ଅଧିକାରୀ ଙ୍କ ପରିସର ମଧ୍ୟରେ, ପରିତାପର ବିଷୟ କେଉଁ ନୀୟମ ବଳରେ ବିନା ବିଜ୍ଞାପନ,ବିନା ନୋଟିସ,ବିନା ମାତୃ କମିଟି ର ରେଜୁଲେସନ ରେ ବୁର୍ବିନାଜୁ ଗ୍ରାମ ଅଙ୍ଗନୱାଡି କେନ୍ଦ୍ର ର ସହାୟିକା “ହେଲପର” ବିଭୁତା ପ୍ରଧାନ ଙ୍କୁ ପଦୋନ୍ନତି କରାଯାଇ ନୂତନ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀଣୀ ଭାବେ ନିଯୁକ୍ତି ଦିଆଯାଇଛି। ଅଞ୍ଚଳରେ ଭୋଟର ମାଁ ବାପା,ଶିକ୍ଷିତା ଯୁବତୀଙ୍କ ଏକତ୍ରିତ ସୋଇ ସଙ୍ଗେ ସଙ୍ଗେ ବୁର୍ବିନାଜୁ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ ଙ୍କୁ ଫୋନରେ ଯୋଗାଯୋଗ କରି ଅଭିଯୋଗ ଜଣାଇ ତୁରନ୍ତ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସିବା ପାଇଁ ଅନୁରୋଧ କରିଥିଲେ।ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ, ସମିତି ସଭ୍ୟ ଶ୍ରୀ କାଳିଦାସ ପ୍ରଧାନ, ଅଙ୍ଗନୱାଡି ସୁପରଭାଇଜର, ନାଏବ ସରପଞ୍ଚ,ୱଡମେମ୍ବର ମାନେ ଉପସ୍ଥିତ ରହି ଏକ ନୂତନ ଅଙ୍ଗନୱାଡ଼ି କର୍ମୀ ପଦବୀ ନିଯୁକ୍ତି ନେଇ ଜରୁରୀ ପରିସ୍ଥିତି ରେ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ ଙ୍କ ନେତୃତ୍ବରେ ଏକ ବିଶାଳ ଅଭିଯୋଗ ସଭା ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ବୋଠକ ହୋଇଥିଲା।


ଉପସ୍ଥିତ ଭୋଟର ମାଁ ବାପା ଶିକ୍ଷିତା ଯୁବତୀଙ୍କ ଅଭିଯୋଗ ଦରଖାସ୍ତ ରେ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ, ସମିତି ସଭ୍ୟ କାଳିଦାସ ପ୍ରଧାନ, ନାଏବ ସରପଞ୍ଚ ଶ୍ରୀମତୀ ପୂର୍ଣ୍ଣିମା କହଁର, ୱଡମେମ୍ବର ଲେସି ପ୍ରଧାନ, ଉମା ଚରଣ କହଁର,ଶୁନୀମା ପ୍ରଧାନ ଙ୍କ ସମେତ ୫୦ ରୁ ଉର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ଦରଖାସ୍ତ ଦେବା ପାଇଁ ଅଞ୍ଚଳ ବାସିନ୍ଦା ସିଦ୍ଧାନ୍ତ ନେବା ସହ ଆଗାମୀ ଦିନରେ ନୂତନ ଅଙ୍ଗନୱାଡ଼ି କର୍ମୀ ପଦବୀ ନିଯୁକ୍ତି ନ ହେଲେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପକେଇବୁ ନାହିଁ ବୋଲି ସରପଞ୍ଚଙ୍କ ଓ ସୁପରଭାଇଜର, ସମିତି ସଭ୍ୟ ଙ୍କ ସମ୍ମୁଖରେ ଭଲରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜଣାଇଥିଲେ।ପରେ କେନ୍ଦ୍ରରେ ଉପସ୍ଥିତ ଭୋଟର ମାଁ ବାପା ମାନେ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ପ୍ରଥମେ ଅଭିଯୋଗ ଦରଖାସ୍ତ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ ଙ୍କୁ ନେଇ ଟିକାବାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ ଙ୍କୁ ଅଭିଯୋଗ ଦରଖାସ୍ତ ଦେଇଥିଲେ, ପରିତାପର ବିଷୟ ଏହି ବିଷୟରେ ବିଡ଼ିଓ ଙ୍କୁ ଅବଗତ ନାହିଁ। ଉପଜିଲ୍ଲାପାଳ ବାଲିଗୁଡା ରେ ମଧ୍ୟ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ ଙ୍କୁ ନେଇ ବିନା ବିଜ୍ଞାପନ,ବିନା ନୋଟିସ, ବିନା ମାତୃ କମିଟି ର ରେଜୁଲେସନ ରେ ବୁର୍ବିନାଜୁ ଗ୍ରାମ ଅଙ୍ଗନୱାଡି କେନ୍ଦ୍ର ର ସହାୟିକା ହେଲପର ବିଭୁତା ପ୍ରଧାନ ଙ୍କୁ ପଦୋନ୍ନତି କରାଯାଇ ନୂତନ ଅଙ୍ଗନୱାଡ଼ି କର୍ମୀ ପଦବୀ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବା ପାଇଁ ଅଭିଯୋଗ ଦରଖାସ୍ତ ସରପଞ୍ଚ ଙ୍କ ଜରିଆରେ ଦେଲା ପରେ ଉପଜିଲ୍ଲାପାଳ କେନ୍ଦ୍ରର ତାଲା ଖୋଲି ଦେବା ପାଇଁ ଅଞ୍ଚଳ ବାସିନ୍ଦା ଙ୍କୁ ଅନୁରୋଧ କରିଥିଲେ।ତାଲା ଫିଟାଇବା ପାଇଁ ସରପଞ୍ଚ କହିଥିଲେ ତାଲା ଖୋଲା ଯାଇଛି,ହେଲେ ଲିଖିତ ଅଭିଯୋଗ ଦରଖାସ୍ତ ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଟିକାବାଲି ସମନ୍ୱିତ ଶିଶୁ ବିକାଶ ଯୋଜନା ରେ ବିନା ବିଜ୍ଞାପନ ରେ ସହାୟିକା “ହେଲପର”ଙ୍କୁ ପଦୋନ୍ନତି ଲୋକଙ୍କ ଦୃଢ଼ ଅଭିଯୋଗ, ଲୋକଙ୍କ ସରକାର ବୁଝିବେ କେବେ ସାଧାରଣ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବା ଦେଖିବା ବାକି ରହିଲା।
ଇ ପି ଏ ରୁ ବାଲିଗୁଡା ସବଡିଭିଜନ ପ୍ରତିନିଧି ମଧୁସ୍ମିତା ନାୟକ ଙ୍କ ରିପୋର୍ଟ
