October 1, 2026
Home » ସୁବର୍ଣ୍ଣପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ମାନଭଞ୍ଜନ ପଟ୍ଟନାୟକଙ୍କ ଅବସର ଗ୍ରହଣ

ସୁବର୍ଣ୍ଣପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ମାନଭଞ୍ଜନ ପଟ୍ଟନାୟକଙ୍କ ଅବସର ଗ୍ରହଣ

0
WhatsApp Image 2026-10-01 at 3.18.47 PM (1)

 

ସୁବର୍ଣ୍ଣପୁର—ସୁବର୍ଣ୍ଣପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ କିରାଣୀ ଶ୍ରୀ ମାନଭଞ୍ଜନ ପଟ୍ଟନାୟକ ୩୦ ବର୍ଷ ୯ ମାସର ଦୀର୍ଘ ସରକାରୀ ସେବା ସମାପ୍ତ କରି ବୁଧବାର ଦିନ (30/09/26) ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ତାଙ୍କୁ ବିଦାୟ ଦେବା ନିମନ୍ତେ ଏକ ଅବସରକାଳୀନ ସମ୍ମାନ ସଭା ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ )ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ସଭାରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ସରକାରୀ ସେବା ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଅବସର ଜୀବନ ସୁଖମୟ ଓ ଶାନ୍ତିପୂର୍ଣ୍ଣ ହେଉ ବୋଲି କାମନା କରିଥିଲେ।ଏହି ବିଦାୟ ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରୀତି ସୁନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର, ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ କ୍ଲିଣ୍ଟନ ସାହୁ, ଡେପୁଟି କଲେକ୍ଟର ଶ୍ରୀ ମନୋରଞ୍ଜନ ବଘାର, ସହକାରୀ କଲେକ୍ଟର ପ୍ରିୟଦର୍ଶିନୀ ସାହୁ, ସହକାରୀ କଲେକ୍ଟର ଜ୍ୟୋତି ମଲ୍ଲିକ ଏବଂ ସହକାରୀ କଲେକ୍ଟର ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକଙ୍କୁ ବିଦାୟ ଜଣାଇବା ସହ ଅବସର ଜୀବନ ପାଇଁ ଶୁଭକାମନା ଜଣାଇଥିଲେ।
ସଭା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ସାଦର ସହ ତାଙ୍କ ବାସଭବନ ପର୍ଯ୍ୟନ୍ତ ନେଇଯାଇ ବିଦାୟ ଜଣାଇଥିଲେ। ଦୀର୍ଘ ସରକାରୀ ସେବା ପାଇଁ ତାଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ସମସ୍ତେ ତାଙ୍କ ଅବସର ଜୀବନ ସୁଖମୟ, ସୁସ୍ଥ ଓ ଆନନ୍ଦମୟ ହେଉ ବୋଲି ଶୁଭେଚ୍ଛା ଜଣାଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *