ଗଣେଶ ପୂଜା ଉପଲକ୍ଷ୍ୟେ ନୃତ୍ୟ ପ୍ରତିଯୋଗିତା
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଏନଏସି ଅନ୍ତର୍ଗତ କନ୍ଧରା ଠାରେ ଗଣେଶ ପୂଜା ଊପଲକ୍ଷ୍ୟେ ନୃତ୍ୟ ପ୍ରଯିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗଣେଶ ପୂଜା କମିଟୀର ଯୁବବର୍ଗଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଗୌନ୍ତିଆ ପ୍ରକାଶ ଗଡତିଆ, ସାହିତ୍ୟ ସଂଗଠକ ଦିଲ୍ଲିପ କୁମାର ଦେବତା, କଳାକାର ଜଗନ୍ନାଥ କୁମ୍ଭାର, ଆନ୍ତର୍ଜାତୀୟ କରାଟେ ଚମ୍ପିୟନ ଗଜେନ୍ଦ୍ର ମେହେର, ଶିକ୍ଷକ ସୁରେନ୍ଦ୍ର ପଧାନ ଓ ଅମୀୟ ପ୍ରସାଦ ଭୋଇ, ବଜେପୁର ନଗର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ଜିତେନ୍ଦ୍ର ଅଦାବର, ପ୍ରମୋଦ ଗଡତିଆ, ଜବାନ ପ୍ରଜାପତି ଗଡତିଆ, କାଉନସିଲର ରାଜୁ ଅଦାବର, ତରଣିସେନ ଗଡତିଆ, ଅଙ୍ଗନଓ୍ବାଡି କର୍ମୀ ବୀଣାପାଣୀ ଗଡତିଆ, ସ୍ଥାନୀୟ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତାରାଣୀ ସାହୁ, ଶିକ୍ଷୟିତ୍ରୀ ରଶ୍ମୀତା ମେହେର, ଶିକ୍ଷକ ସରୋଜ ମେହେର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।


କଳାକାର ଶରତ ମେହେରଙ୍କ ଦ୍ବାରା ପରିଚାଳିତ ଉକ୍ତ ନୃତ୍ୟ ପ୍ରତିଯୋଗୀତାରେ ଅଞ୍ଚଳ ତଥା ଦୂର ଅଞ୍ଚଳରୁ ଆସି ପ୍ରତିଯୋଗିମାନେ ମନୋରମ ନୃତ୍ୟ ପରିବେଶଣ କରି ଦର୍ଶକଙ୍କଠାରୁ ପ୍ରଶଂସା ସାଉଁଟିଥିଲେ । ୨୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ଉକ୍ତ ନୃତ୍ୟ ପ୍ରତିଯୋଗିତାରେ ବିଚାରକ ଭାବେ ସାହିତ୍ୟ ସଂଗଠକ ଦିଲ୍ଲିପ କୁମାର ଦେବତା, କଳାକାର ଜଗନ୍ନାଥ କୁମ୍ଭାର, ଆନ୍ତର୍ଜାତୀୟ କରାଟେ ଚମ୍ପିଅନ୍ ଗଜେନ୍ଦ୍ର ମେହେର, ଶିକ୍ଷକ ଅମୀୟ ପ୍ରସାଦ ଭୋଇ ଦାୟୀତ୍ବ ତୁଳାଇଥିବା ବେଳେ ଶିକ୍ଷା ସେଠ୍ ପ୍ରଥମ, ପ୍ରିୟା ବେହେରା ଦ୍ବିତୀୟ, ଦିବିସା ବେହେରା ତୃତୀୟ ଓ ରୋହନ ନାଏକ ସାନ୍ତ୍ବନାମୂଳକ ପୁରଷ୍କାର ଅଧିକାର କରିଥିଲେ ।

ପ୍ରରମ୍ଭରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପରେ ବିଜେପୁର ନଗର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ଜିତେନ୍ଦ୍ର ଅଦାବରଙ୍କ ତତ୍ତ୍ବାବଧାନରେ ବିଜେପି ତରଫରୁ ସ୍ଥାନୀୟ ଉ.ପ୍ରା ସ୍କୁଲରୁ ଉତ୍ତିର୍ଣ୍ଣ ହୋଇଥିବା ପ୍ରଥମ ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାରେ ଗୌରବ ଆଣିଥିବା ଗ୍ରାମର ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା । କମିଟୀ ସଭାପତି, ସମସ୍ତ ସଦସ୍ୟ ତଥା ଗ୍ରାମର ଯୁବବର୍ଗଙ୍କ ସକ୍ରୀୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,
