June 14, 2025
Home » ଚତୁର୍ଦ୍ଧାମୂର୍ତ୍ତି ରାଜରାଜେଶ୍ଵର ବେଶ ରେ ଦର୍ଶନ ଦେଇଛନ୍ତି

ଚତୁର୍ଦ୍ଧାମୂର୍ତ୍ତି ରାଜରାଜେଶ୍ଵର ବେଶ ରେ ଦର୍ଶନ ଦେଇଛନ୍ତି

0
WhatsApp Image 2024-07-16 at 7.06.11 PM

ପୁରୀ :  ମହାପ୍ରଭୁ ଆଡ଼ପମଣ୍ଡପ ଛାଡ଼ି ରତ୍ନବେଦୀ କୁ ଆସିବା ପାଇଁ ବାହୁଡା଼ବିଜେ କରିଥିଲେ। ଗତକାଲି ସନ୍ଧ୍ୟାରେ ୩ ଟି ଯାକ ରଥ ସିଂହଦ୍ଵାର ଠାରେ ପହଞ୍ଚିଥିଲା। ରଥ ଉପରେ ମହାପ୍ରଭୁଙ୍କର ବାକିଥିବା ନୀତି ସମ୍ପନ୍ନ ହୋଇଥିଲା। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ନିମନ୍ତେ ସିଂହଦ୍ଵାର ସମ୍ମୁଖରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଲାଗିରହିଛି। ଆଜି ସକାଳେ ରଥ ଉପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ପାରମ୍ପାରିକ ନୀତି ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ରଥ ଉପରେ ଶ୍ରୀଜିଉ ମାନେ ରାଜରାଜେଶ୍ଵର ବେଶ ବା ବଡତଡାଉ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ମହାପ୍ରଭୁ ଙ୍କର ଏହି ବଡ଼ତଡାଉ ବେଶ ଶ୍ରୀମନ୍ଦିର ରେ ବର୍ଷ କୁ ୪ ଥର ଅନୁଷ୍ଠିତ ହୋଇଥିବା ବେଳେ ରଥ ଉପରେ ଗୋଟିଏ ଦିନ ଏହି ବେଶରେ ମହାପ୍ରଭୁ ସାଧାରଣ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ସୁନାବେଶ ଦେଖିବା ପାଇଁ ସହରରେ ପ୍ରବଳ ଜନସମାଗମ କୁ ଦୃଷ୍ଟି ରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୯୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ସୂଚନା ଦେଇଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *