August 12, 2026
Home » ବିଶ୍ଵ ଆଦିବାସୀ ଦିବସ ଧୁମ୍ ଧାମରେ ପାଳିତ,୨୦ ଦଫା ଦାବି ପତ୍ର ପ୍ରଦାନ

ବିଶ୍ଵ ଆଦିବାସୀ ଦିବସ ଧୁମ୍ ଧାମରେ ପାଳିତ,୨୦ ଦଫା ଦାବି ପତ୍ର ପ୍ରଦାନ

0
WhatsApp Image 2026-08-11 at 12.36.45 PM (2)

ଫୁଲବାଣୀ _ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ କୁଇ ସମାଜ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ଧୁମ୍ ଧାମରେ ପାଳିତ ହୋଇଯାଇଛି।କୁଇ ସମାଜର ନେତା ଲମ୍ବୋଦର କହଁର ଙ୍କ ନେତୃତ୍ବରେ ଏକ ବିଶାଳ ରାଲି କରି ଶୋଭାଯାତ୍ରାରେ ଫୁଲବାଣୀ ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମ୍ପାଦକ ତଥା ରାଜ୍ୟ ବିଜେପି ଆଦିବାସୀ ଯୁବ ମୋର୍ଚ୍ଚା ର ଉପ ସଭାପତି ଅବନୀ କୁମାର କହଁର,ରାଜ୍ୟ ଆଦିବାସୀ ମହାସଂଘ ର କନ୍ଧମାଳ ଜିଲ୍ଲା ସଭାପତି ମନୋଜ କୁମାର ମଲିକ, ସଭାପତି ପ୍ରେମାନନ୍ଦ ମାଝୀ, ସମ୍ପାଦକ ଜୀତେନ୍ଦ୍ର ନାୟକ,ସମୀର ଘଟାଲ ଓ ରମାକାନ୍ତ ମଲିକ ଆଦିବାସୀ ଦିବସ ଉପରେ ଆଲୋକପାତ କରିଥିଲେ।

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନନ୍ଦ ଉଲ୍ଲାସର ଦୀର୍ଘ ସମୟ ଧରି ପାରମ୍ପାରିକ ରିତିନୀତି ନାଚଗିତ ମଧ୍ୟ କରିଥିଲେ, ଶାନ୍ତି ଶୃଙ୍ଖଳା ର ସହିଦ ଉପସ୍ଥିତ କନ୍ଧ କୁମ୍ଭାର,କନ୍ଧ ଗୋଡ,କନ୍ଧ ଶବର, ଆଦିବାସୀ ମହଲର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ନାରୀ ନେତ୍ରୀ ସୋଦାମିନୀ କହଁର, ମିଳିତ ମଞ୍ଚ ରୁ ଗାଁ ଗାଁ ଗାଁ ଗହଳିରୁ ବହୁଦୁରଦୁରାନ୍ତରରୁ ଆସିଥିବା ସମସ୍ତ ମା,ବାପା,ଭାଇ,ଭଉଣୀ, ପୋଲିସ ଅଧିକାରୀ, ସୁରକ୍ଷା କର୍ମୀଙ୍କ ଗହଣରେ ଅତିସୁନ୍ଦର,ସରଳତାର ସହିତ, ନୀରିହ,ସରଳ ଆଦିବାସୀଙ୍କ “ବିଶ୍ଵ ଆଦିବାସୀ ଦିବସ” ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମୂଖ୍ୟ ଫାଟକ ପାଖକୁ ଆସିବା ପାଇଁ ସ୍ବାଗତ କରିଥିଲେ

ହେଲେ କନ୍ଧମାଳ ଜିଲ୍ଲାପାଳ ଙ୍କ ଧର୍ଯ୍ୟ ସମସ୍ତ ଙ୍କୁ ଚକିତ କରିଦେଇଥିଲା, ଯେ ହେତୁ ଅଗଷ୍ଟ ୯ ତାରିଖ ରବିବାର ଥିଲା, ହେଲେ ମଧ୍ୟ ସ୍ବଭାଗ୍ୟ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ବିଶ୍ଵ ଆଦିବାସୀ ଦିବସ ରେ ୨୦ ଦଫା ସଂଗ୍ରାମ ଧାରି,ଦୁଇଫର୍ଦ୍ଦ ବିଶିଷ୍ଟ ଦାବି ପତ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗ୍ରହଣ କରିଥିଲେ,ଏହି ପରିପ୍ରେକ୍ଷୀରେ ଅତି ସୁନ୍ଦରେ, ଶାନ୍ତି ଶୃଙ୍ଖଳା ସହିତ ବିଜୁ କଲ୍ୟାଣ ମଣ୍ଡପ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *