May 13, 2025
Home » ବ୍ଲାକ ମେଲ କରି ଜେଲ ଗଲେ ପୂର୍ବତନ ସରପଞ୍ଚ

ବ୍ଲାକ ମେଲ କରି ଜେଲ ଗଲେ ପୂର୍ବତନ ସରପଞ୍ଚ

0
WhatsApp Image 2024-07-18 at 6.11.48 AM

ତିର୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ର ନିଲମ୍ବିତ ସରପଞ୍ଚ ରଶ୍ମି ରଞ୍ଜନ ଦାଶ ଙ୍କୁ କୋଟ ଫରୁଆଡ଼ କରାଯାଇଇଛି ।ଅଭିଯୋଗ ଅନୁସାରେ ଉକ୍ତ ଅଞ୍ଚଳ ର ଜନୈକ ଯୁବତୀ ପଲ୍ଲବୀ ପଣ୍ଡା ଅଙ୍ଗନବାଡି କର୍ମୀ ଙ୍କୁ ଭଲପାଇ ଦୁଇ ବର୍ଷ ପୂର୍ବେ ସରପଞ୍ଚ ଥିଲା ବେଳେ ଯୁବତୀ ଙ୍କୁ ପ୍ରଲୋଭନ ଦେଖାଇ ପାଲ ରେ ପକାଇ କୌଣସି ପ୍ରକାରେ ଯୁବତୀ ଙ୍କ ସହ କିଛି ଅନ୍ତରଙ୍ଗ ଫଟୋ ଉଠାଇ ଥିଲେ। ପରେ ସତ୍ୟପାଠ ରେ ମିଥ୍ୟା ଥିବାରୁ ରଶ୍ମି ରଞ୍ଜନ ଙ୍କୁ ସରପଞ୍ଚ ପଦ ରୁ ବହିଷ୍କାର କରାଯାଇଥିଲା। ଇତି ମଧ୍ୟରେ ରଶ୍ମି ରଞ୍ଜନ ଙ୍କ ସହ ଯୁବତୀଙ୍କ ର ମନୋମାଳିନ ହୋଇଥିଲା ଓ ଯୁବତୀ ସମ୍ପର୍କ ଛିନ୍ନ କରିଥିଲେ।ତେବେ ଏକଥା କୁ ସହଜରେ ଗ୍ରହଣ କରି ପାରିନଥିଲେ ରଶ୍ମି ରଞ୍ଜନ।ପୂର୍ବରୁ ରଖିଥିବା ଫଟୋ କୁ ଅସ୍ତ୍ର କରି ଆରମ୍ଭ କରିଥିଲେ ବ୍ଲାକ ମେଲ।ମୋତେ ବିବାହ ନ କଲେ ଫଟୋ ଭାଇରଲ କରିବା ସହ ପରିବାର କୁ ଜୀବନ ରୁ ମାରି ଦେବା ର ଧମକ ଦେଇଥିଲେ ଓ ଗୋଟେ ପରେ ଗୋଟେ ଫଟୋ ନିଜ ଫେସବୁକ ଆଇଡି ରେ ଅପଲୋଡ଼ କରି ବଦନାମ କରିଥିଲେ। ଯୁବତୀ ଓ ତାଙ୍କ ପରିବାର ଯେତେ କାକୁତି ମିନତୀ ହେଲେ ବି ଶୁଣି ନଥିଲେ ରଶ୍ମି ରଞ୍ଜନ।ଯୁବତୀ ଙ୍କୁ ଫୋନ ରେ ଧମକ ଦେଉଥିଲେ ରଶ୍ମି ରଞନ।ଜଣେ ଜନ ପ୍ରତିନିଧି ଙ୍କ ଏପରି ଆଚରଣ କୁ ସହ୍ୟ କରିନପାରି ଯୁବତୀର ପରିବାର l ଏପରି ଘଟଣା ରେ ଅତିଷ୍ଠ ହୋଇ ଯୁବତୀ ଙ୍କ ପରିବାର ପକ୍ଷରୁ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତିର୍ତୋଲ ପୋଲିସ ୩୪୧/୨୪ ରେ ଏକ କେଶ ରୁଜୁ କରି ରଶ୍ମି ରଞ୍ଜନ କୁ ଗିରଫ କରି କୋଟ ଚାଳାଣ କରିଦେଇଛି l ଅଭିଯୁକ୍ତ ରଶ୍ମି ରଞ୍ଜନ କହିଛନ୍ତି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ5 ଥିଲା। ପୂର୍ବରୁ ବିବାହ ଯାଏଁ ବି କଥା ଯାଇଥିଲା। କିନ୍ତୁ ପ୍ରାୟ ଏକ ବର୍ଷ ହେବ ଆଉ କୈାଣସି ସମ୍ପର୍କ ନାହିଁ।ମୁଁ ତା ଅନୁପସ୍ଥିତି କୁ ସହି ପାରୁନି ତେଣୁ ଏଭଳି କରିଛି l
ଭାଇରାଲ ଫଟୋ ରଶ୍ମି ଙ୍କୁ କାଳ କୋଠରୀ ମଧ୍ୟକୁ ପେଲି ଦେଇଛି l

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *