November 19, 2026
Home » ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ ଙ୍କ ମୃତ ଦେହ ଜଙ୍ଗଲ ରୁ ଉଦ୍ଧାର କଲା ପୋଲିସ

ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ ଙ୍କ ମୃତ ଦେହ ଜଙ୍ଗଲ ରୁ ଉଦ୍ଧାର କଲା ପୋଲିସ

0
WhatsApp Image 2026-11-18 at 1.11.56 PM (1)

ଘଟଣା ରେ ତିନି ଅଭିଯୁକ୍ତ ଗିରଫ, ମୁଖ୍ୟ ଆସାମୀ ଫେରାର l
ସୁବର୍ଣ୍ଣପୁର —ବହୁ ଚର୍ଚ୍ଚିତ ବୌଦ୍ଧ ର କପଡା ବ୍ୟବସାୟୀ ନିଖୋଜ ଓ ହତ୍ୟା ମାମଲା ର ପର୍ଦ୍ଦାଫାଶ କରିଛି ବୌଦ୍ଧ ପୋଲିସ l 6 ଦିନରେ ନିଖୋଜ କପଡା ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ ଙ୍କ ମୃତ ଦେହ ଉଦ୍ଧାର ହୋଇଛି l 30 ହଜାର ଟଙ୍କା ଲେଖାଏଁ ସୁପାରୀ ଦେଇ ହତ୍ୟା ଷଡଯନ୍ତ୍ର କରାଯାଇଥିବା ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି l ବିରୁପାକ୍ଷ ଙ୍କୁ ପିଟିପିଟି ହତ୍ୟା କରିଥିବା 4 ଅଭିଯୁକ୍ତ ଙ୍କ ମଧ୍ୟରୁ 3 ଅଭିଯୁକ୍ତ ଙ୍କୁ ବୌଦ୍ଧ ପୋଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ର ପଦ୍ମନ ମହାନନ୍ଦିଆ (21),ପ୍ରମୋଦ କହଁର (25) ଓ ଅବିନାଶ ସ୍ୱାଇଁ (21) l ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଶିକ୍ଷକ ସ୍ୱାଧୀନ ପ୍ରଧାନ ଫେରାର ହୋଇଥିବା ପୋଲିସ ସୂତ୍ରରୁ ରୁ ପ୍ରକାଶ l ଟଙ୍କା ନେଣଦେଣ ବିବାଦ ରୁ ହତ୍ୟା ହୋଇଥିବା ଜଣାପଡିଛି l ମୁଖ୍ୟ ଅଭିଯୁକ୍ତ ବନ୍ଧାପଥର ଗ୍ରାମର ସ୍ୱାଧୀନ ପ୍ରଧାନ ଛତିନିଆକଟା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ l ସ୍ୱାଧୀନ ଓ ବିରୁପାକ୍ଷ ଙ୍କ ମଧ୍ୟରେ ବ୍ୟବସାୟିକ ଓ ଅର୍ଥ କାରବାର ସମ୍ପର୍କ ଥିଲା l ବିରୁପାକ୍ଷ ଙ୍କ ଠାରୁ ସ୍ୱାଧୀନ ଲକ୍ଷାଧିକ ଟଙ୍କା ଉଧାର ନେଇଥିଲା l ଟଙ୍କା ମାଗିବା ପରେ ଉଭୟ ଙ୍କ ସମ୍ପର୍କ ରେ ତିକ୍ତତା ବଢିଥିଲା l ବିରୁପାକ୍ଷ ଙ୍କୁ କୌଣସି ମତେ ରାସ୍ତା ରୁ ହଟାଇବା ପାଇଁ ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ସ୍ୱାଧୀନ ରଚିଥିଲା ଷଡଯନ୍ତ l ବୌଦ୍ଧ ଭୈରବୀ ମନ୍ଦିର ନିକଟରେ ବିରୁପାକ୍ଷ ହତ୍ୟା ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା l ଏଥିପାଇଁ ସ୍ୱାଧୀନ ପୂର୍ବରୁ ସମ୍ପୃକ୍ତ ତିନିଜଣ ସୁପାରି କିଲର ଙ୍କୁ ଯୋଗାଡ଼ କରିଥିଲା l ସୁପାରି କିଲରଙ୍କୁ ଅଗ୍ରିମ ଭାବେ 30 ହଜାର ଟଙ୍କା ଦେଇଥିଲା l ଗତ 12 ତାରିଖ ଅପରାହ୍ନ ପ୍ରାୟ 2 ଟା ରେ ସ୍ୱାଧୀନ କୌଶଳକ୍ରମେ ବିରୁପାକ୍ଷ ଙ୍କୁ ବାଇକ ରେ ବସାଇ ବୌଦ୍ଧ ରୁ ପ୍ରାୟ 20 କିଲୋମିଟର ଦୂର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳିଗଡ଼ ନିକଟ ତନ୍ତୁଗଡ଼ ଜଙ୍ଗଲ କୁ ନେଇଥିଲେ l ସେଠାରେ ପୂର୍ବରୁ ପଦ୍ମନ, ପ୍ରମୋଦ ଓ ଅବିନାଶ ଅପେକ୍ଷା କରିଥିଲେ l ସମସ୍ତେ ମିଳିମିଶି ବିରୁପାକ୍ଷ ଙ୍କୁ ଠେଙ୍ଗା ରେ ପିଟିପିଟି ହତ୍ୟା କରିଥିଲେ l ହତ୍ୟା କରିବା ପରେ ସମସ୍ତେ ଫେରାର ହୋଇଯାଇଥିଲେ l ମୃତ ଦେହ କୁ ଡାଳପତ୍ରଦେଇ ଘୋଡାଇ ଦେଇଥିଲେ l

ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ SDPO ଲରେନ ରାୟତରାୟ ଙ୍କ ନେତୃତ୍ୱ ରେ ପୋଲିସ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା l ସି ସି ଟିଭି ଫୁଟେଜ ତଥ୍ୟ ଆଧାର ରେ କଦଳିଗଡ଼ ଅଞ୍ଚଳ ରେ ସନ୍ଧାନୀ କୁକୁର ଓ ଡ୍ରୋନ ସହାୟତା ରେ ବିରୁପାକ୍ଷ ଙ୍କୁ ଖୋଜାଖୋଜି କରାଯାଇଥିଲା l ତଦନ୍ତ ସମୟ ରେ ସନ୍ଧେହ ଘେରକୁ ଆସିଥିବା ଅନ୍ୟତମ ଅଭିଯୁକ୍ତ ପଦ୍ମନ କୁ ଅନୁଗୁଳ ଜିଲ୍ଲା ରୁ ଧରିଥିଲା l ତାକୁ ଜେରା ବେଳେ ସେ ଅନ୍ୟ ଅଭିଯୁକ୍ତ ଙ୍କ ନାମ ପ୍ରକାଶ କରିଥିଲା l ପରେ ଅନ୍ୟ ଅଭିଯୁକ୍ତ ପ୍ରମୋଦ ଓ ଅବିନାଶ କୁ ଗିରଫ କରିଥିଲା l ମୁଖ୍ୟ ଅଭିଯୁକ୍ତ ତଥା ଶିକ୍ଷକ ସ୍ୱାଧୀନ ପ୍ରଧାନ ଫେରାର ଅଛି l ତାକୁ ଧରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି l ନିଖୋଜ ଯୁବ କପଡା ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲଙ୍କ ନିଖୋଜ ଘଟଣା ରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ( SIT ) ର ନେତୃତ୍ୱ ବୌଦ୍ଧ SDPO ଲରେନ ରାଉତରାୟ ନେଇଥିଲେ l ମୃତ ବିରୁପାକ୍ଷ ଗତ 12 ତାରିଖ ଠାରୁ ନିଖୋଜ ଥିଲେ l ତାଙ୍କ ଭାଇ ବଟକୃଷ୍ଣ ଅଗ୍ରୱାଲ ତା ପରଦିନ ଅର୍ଥାତ 13/11/2026 ରେ ବୌଦ୍ଧ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ l ଏ ନେଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ରେ କେଶ ନମ୍ବର 530/2026 U/s- 140(I)/3(5) BNS turned to sec. 140(I)/103(I)/238/3(5) BNS ଆକ୍ଟ ରେ ମାମଲା ରୁଜୁ ହୋଇଥିଲା l ଏ ନେଇ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ସୂଚନା ପ୍ରଦାନ କରିଛନ୍ତି l ଏହି ସାମ୍ବାଦିକ ସମ୍ବିଳନୀ ରେ ବୌଦ୍ଧ SDPO ଲରେନ୍ସ ରାଉତରାୟ ଓ ବୌଦ୍ଧ ଥାନାଧିକାରୀ ରଞ୍ଜିତ କୁମାର ମୁନୀ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..

Leave a Reply

Your email address will not be published. Required fields are marked *