ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଉଦଘାଟିତ l
ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”ଆଜି ପି ଏମ୍ ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ସଭାପତି,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଅଶ୍ଵିନୀ କୁମାର ମେହେର ମୂଖ୍ୟ ଅତିଥି,ସମ୍ମାନନୀୟ ଅତିଥି ଭାବେ ଗୋରେଖନାଥ ସାହୁ, ବରିଷ୍ଟ ସାମ୍ବାଦିକ ତଥା ସଭାପତି,ପୂରାତନ ଛାତ୍ର ସଂସଦ,ବିଇଓ ବିନିକା ଲକ୍ଷ୍ମଣ ମିଶ୍ର ,ବିଇଓ ବୀରମହାରାଜପୁର ଅଭିଷେକ ଭୁଏ ଓ ବିଇଓ ଉଲୁଣ୍ଡା ଅଜୟ କୁମାର ଲୁହା ମଞ୍ଚାସୀନ ଥୁଲେ । ମୂଖ୍ୟ ଅତିଥି ଶ୍ରୀ ମେହେର ଛାତ୍ର ଛାତ୍ରୀ ମାନେ ନିଜେ ନିଜ ସହ ପ୍ରତିଯୋଗିତା କରି ଉତ୍କର୍ଷ ର ପ୍ରମାଣ ଦେବାକୁ ଆହ୍ବାନ ଦେଇଥିଲେ।ବିଇଓ ବୀରମହାରାଜପୁର ଶ୍ରୀ ଭୁଏ ପ୍ରତିଭା ବିକାଶ ର ମହାମଞ୍ଚ ହେଉଛି ସୁରଭି ।ବିଇଓ ବିନିକା ଶ୍ରୀ ମିଶ୍ର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ବିଇଓ ଉଲୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନ ଉତ୍ସବର ପରିସମାପ୍ତି ସହ ପ୍ରତିଯୋଗିତା ପର୍ଯ୍ୟାୟରେ ବିତର୍କ , ବକ୍ତୃତା , ପ୍ରବନ୍ଧ ଲିଖନ ସୃଜନାତ୍ମକ ଲିଖନ,ଶୃତଲିଖନ ଓ ହସ୍ତାକ୍ଷର ଲିଖନ, ଚିତ୍ରାଙ୍କନ, ମଧ୍ୟାହ୍ନ ଭୋଜନ ଆର୍ଟ ଓ କ୍ରାଫ୍ଟ,ଗୀତ ,ଆଦି ପ୍ରତିଯୋଗିତା ଉଭୟ ମହାରାଜାଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ଏହା ସହିତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସମାନ୍ତରାଳ ତଥା ଅଭିନବ କାର୍ଯ୍ୟକ୍ରମ ମୋଡେଲ ପାର୍ଲିଆମେଣ୍ଟର ଆୟୋଜନ କରାଯାଇଥିଲା ଯେଉଁ ଦିଗରେ ଛାତ୍ର ଛାତ୍ରୀ ମାନେ ଆମ ସଂସଦୀୟ ପ୍ରକ୍ରିୟା ର ପ୍ରତୀକ ରୁପାୟନ ରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନ ରେ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
