May 2, 2026
Home » ୩ଦଫା ଦାବୀ ନେଇ ଶ୍ରମିକ ଦିବସରେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଧାରଣା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

୩ଦଫା ଦାବୀ ନେଇ ଶ୍ରମିକ ଦିବସରେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଧାରଣା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

0
WhatsApp Image 2026-05-02 at 5.30.58 PM

ପୋଲସରା:  ଓଡ଼ିଶା ସାମ୍ବାଦିକ ୟୁନିୟନ ଡାକରାରେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ ୩ଦଫା ଦାବୀପୂରଣ ନେଇ ୧ ତାରିଖ ଶୁକ୍ରବାର ଦିନ ବିଶ୍ୱ ଶ୍ରମିକ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସଭାପତି ସଦାଶିବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଧାରଣାରେ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ହରିହର ପାତ୍ର, ସମ୍ପାଦକ ମେଘନାଦ ଦାସ ଓ ସନ୍ତୋଷ କୁମାର ପଣ୍ଡା, ଛତ୍ରପୁର ପ୍ରେସକ୍ଲବ ଅଜିତ ନାୟକ ଓ ରାଜଗୋପାଳ ପାଢ଼ୀଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସାମ୍ବାଦିକମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ଆସି ଯୋଗଦେଇଥିଲେ । ଏହି ଅବସରରେ ସାମ୍ବାଦିକମାନଙ୍କୁ ପେନସନ, ସୁରକ୍ଷା ଓ ଅଧିସ୍ୱୀକୃତି ପ୍ରଦାନ ନେଇ ଆନ୍ଦୋଳନ କରାଯାଇଥିଲା । ଶେଷରେ ଏହି ମୁଖ୍ୟ ତିନି ଦାବୀ ସମେତ ସ୍ୱାସ୍ଥ୍ୟବୀମା ରାଶିର ପରିମାଣକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଏହି ବୀମା ସହାୟତା ମଧ୍ୟରେ ବାପା ଓ ମା’ଙ୍କୁ ସାମିଲ କରିବା ଏବଂ ପୂର୍ବ ଘୋଷିତ ସମସ୍ତ ସୁବିଧା ସୁଯୋଗକୁ ଅଧିକୃତ ଭାବେ ଲାଗୁ କରିବା ପାଇଁ ଓୟୁଜେ ପକ୍ଷରୁ ଏକ ତିନି ପୃଷ୍ଠା ବିଶିଷ୍ଟ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସଚ୍ଚିଦାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଛି । ଏଠାରେ ଜଣାଇ ଦିଆଯାଇପାରେ ଯେ ଓୟୁଯେର ରାଜ୍ୟସାରା ସମସ୍ତ ଜିଲ୍ଳା ଗୁଡିକରେ ଧାରଣା ଓ ଆନ୍ଦୋଳନ କରାଯାଇ ଉପରୋକ୍ତ ସମସ୍ତ ଦାବି ଗୁଡିକୁ ପୂରଣ କରିବା ସକାଶେ ଜିଲ୍ଲାପାଳମାନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର ଦିଆଯାଇଛି। ଯଦି ଉକ୍ତ ଦାବିଗୁଡ଼ିକ ତୁରନ୍ତ ପୂରଣ ନ କରାଯାଏ ତେବେ ଆଗାମୀ ଦିନରେ ସଂଘ ତରଫରୁ ସମଗ୍ର ରାଜ୍ୟରେ ରାଜରାସ୍ତାକୁ ଓହ୍ଲାଇ ତ୍ରିବ ଆନ୍ଦୋଳନ କରାଯିବ ବୋଲି ସରକାରଙ୍କୁ ଚେତାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *