October 9, 2026
Home » ପୁରୀ ରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳିତ

ପୁରୀ ରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳିତ

0
WhatsApp Image 2026-10-09 at 1.16.05 PM

ସତ୍ୟବାଦୀ/ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୀବନୀ,କର୍ମ ତତପରତା,ତ୍ୟାଗ ଓ ସେବା ଚିର ଅମର।ଆଜିର ଯୁବ ପିଢ଼ି ତାଙ୍କ ଆଦର୍ଶକୁ ଅନୁସରଣ କରିବା ସହ ସମାଜସେବା ରେ ନିଜକୁ ବିନିଯୋଗ ପାଇଁ ଆହ୍ବାନ ଦେଇଛନ୍ତି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା।ଆଜି ପୂର୍ବାହ୍ନ ରେ ପଣ୍ଡିତ ଗୋପବନ୍ଧୁ ଙ୍କ ୧୪୯ ତମ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଭୁ ବିନୋଦ ବିହାରୀ ଙ୍କ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ପରିଡା ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ପାର୍କ ଠାରେ ପଣ୍ଡିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତିରେ, ଗୋପବନ୍ଧୁ ଙ୍କ ଷଠିଘର ଠାରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରି ଜିଲ୍ଲାପାଳ ଶ୍ରୀ ପରିଡା ପିଲା ମାନେ ଶୃଙ୍ଖଳିତ, ଚରିତ୍ରବାନ,ପରୋପକାରୀ ଓ ସମୟାନୁବର୍ତ୍ତିତା ହେବାକୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ ରେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡ଼ିଓ ଦେବାଶିଷ ନାୟକ,ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ କରିଥିଲେ।

ପୂର୍ବରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାକ୍ଷୀ ଗୋପାଳ ବସଷ୍ଟାଣ୍ଡ ରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି, ସାକ୍ଷୀ ଗୋପାଳ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି, ବକୁଳ ବନରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି , ସମାଧି ସ୍ଥଳରେ ଥିବା ସ୍ମୃତି ସ୍ତମ୍ଭ, କାଦୁଆ ସ୍ଥିତ ଗୋପବନ୍ଧୁ ଓ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ପରେ ସୁଆଣ୍ଡୋସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଗୋପବନ୍ଧୁ ଙ୍କ ଷଠି ଘରେ, ଗୋପବନ୍ଧୁ ପାର୍କ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ପ୍ରତ୍ୟୁଷରୁ ପୁରୀ ଜିଲ୍ଲା ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଥିଲା।ସକାଳ ୭ ଘଟିକା ୩୦ ମିନିଟ ସମୟରେ ସିଂହଦ୍ୱାର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସର୍ବୋଦୟ ମେଳା ସଭାପତି ଉମା ବଲ୍ଲଭ ମହାପାତ୍ର,ସମ୍ପାଦକ ଶିବ ପ୍ରସାଦ ମିଶ୍ର,ବରିଷ୍ଠ ପତ୍ରକାର ଜଗନ୍ନାଥ ବସ୍ତିଆ,ଜ୍ୟୋସ୍ନା ମୟୀ ନାୟକ, ପୁରୀ ସେବା ସମିତିର ସମ୍ପାଦକ ସମ୍ପାଦକ ସୌମେନ୍ଦ୍ର ଦାସ,ବରିଷ୍ଠ ନାଗରିକ ବିଶ୍ୱନାଥ ବେହେରା, ସମାଜସେବୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *